ତା ୨୯/୧୧/୨୪ ରିଖ ଶନିବାର ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ "ପକ୍ଷରୁ ଆନ୍ତଃ-ମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୧ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି ।
ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ରୁ ୮୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ର ଆଶୁତୋଷ ଅରୁଣ ମଲ୍ଲିକ ଓ ଆଶିଷ ନାୟକ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ଦ୍ଵିତୀୟ ଓ ହାଇଟେକ୍ ମେଡିକାଲ୍ କଲେଜ ର ରୋଶନ ରାଜ୍ ଓରା ଓ ସୌରଭ ସ୍ନିଗ୍ଧା ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ଡ଼ିସେମ୍ବର ମାସ ୧୫ ତାରିଖ ରବିବାର ଦିନ ବିଜେବି କଲେଜ ପ୍ରାଙ୍ଗଣରେ ହେବାକୁ ଥିବା ବିଜେବି ଫ୍ରେଣ୍ଡସ ର ବନ୍ଧୁ ମିଳନ ଉତ୍ସବରେ ଏହି କୁଇଜ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ 15 ହଜାର, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ 10 ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ 5 ହଜାର ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ଓ ଟ୍ରଫି ମଧ୍ୟ ପ୍ରଦାନ କରାଯିବ। ସେହିପରି ପ୍ରତିଯୋଗିତାରେ ଭାଗ ନେଇଥିବା ସବୁ ପ୍ରତିଯୋଗୀ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯିବ।
ଏହି ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ମାନସ ନାୟକ ପରିଚାଳନା କରିଥିବାବେଳେ ଡକ୍ଟର ନମିତା ପଟ୍ଟନାୟକ ଆଙ୍କରିଙ୍ଗ୍ କରିଥିଲେ। ବିଜେବି ଫ୍ରେଣ୍ଡସ ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୂପାଳ , ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ମାନେ ସହଯୋଗ କରିଥିଲେ।
Recent Posts
Collaborative Efforts for NAAC Visit: Alumni and Faculty Meeting Highlights
On December 4, 2024, the office bearers and select alumni me...
Posted on: Dec 6, 2024
Students Awarded at Commissionerate Office
Our students awarded at the Commissionerate Office for the p...
Posted on: Jun 20, 2024
Prof. Itishree Padhi was invited as Guest of Honour
Prof. Itishree Padhi was invited as Guest of Honour to DAV S...
Posted on: Jun 20, 2024
Winners of the various competitions
Winners of competitions held on 29.04.2024 by Red Ribbon Clu...
Posted on: Apr 30, 2024
Commerce students brought laurels to the College
Utkal University organised ABHYUDAYA 2024 ( Commerce Meet) o...
Posted on: Apr 15, 2024